ଅତିରିକ୍ତ ଵଜେଟକୁ  ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରିପରିଷଦ ତରଫରୁ ୨୦୧୮-୧୯ ଆର୍ଥିକ ଵର୍ଷର ଅତିରିକ୍ତ ଵଜେଟକୁ ଅନୁମୋଦନ ମିଳିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨୭୬୮ କୋଟି ଟଙ୍କାର ଅତିରିକ୍ତ ଵଜେଟକୁ ମଞ୍ଜୁରୀ ମିଳିଛି।ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ୨ଟି ନୂଆ ଯୋଜନା – ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିଜସ୍ଵ ଖାଦ୍ୟ ଯୋଜନା ପାଇଁ ଅର୍ଥ ବରାଦ କରିଥିବା ଜଣାପଡିଛି।ସେହିପରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ମୋଟ ବଜେଟ ପରିମାଣ ୧.୩୨ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ା ମୁଖ୍ୟମନ୍ତ୍ରୀ ବିଳମ୍ବରେ ଆସିବାରୁ ମନ୍ତ୍ରୀ ପରିଷଦର ବୈଠକ ପ୍ରାୟ ୮ମିନିଟ୍ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

17 + thirteen =