ଗୋଇଠା ମାଇଲେ, ନିଲମ୍ବିତ ହେଲେ

କେନ୍ଦୁଝର() କେନ୍ଦୁଝର ସ୍ଥିତ ପାଟଣା ଥାନା ମହିଳା ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ବିତ ହୋଇଛନ୍ତି । ଥାନା ଭିତରେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ସ୍ଥିତ ପାଟଣା ଥାନାରେ ଦବଙ୍ଗଗିରି ଓ ପୋଲିସ ନିର୍ଯାତନ ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା । ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିବା ସହ ତଳେ ପକାଇ ଗୋଇଠା ମଧ୍ୟ ମାରିଥିବା ସୂଚନା ରହିଛି । ଯାହାର ଭିଡ଼ି ଓ ଭାଇରାଲ ହେବାରେ ଲାଗିଥିଲା । ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଏହାପରେ କେନ୍ଦୁଝରଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଘଟଗାଁ ଏସଡ଼ିପିଓଙ୍କୁ ଦେବା ସହ ହାଜତରେ ଏହିପରି କାର୍ଯ୍ୟକଳାପ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏହାମଧ୍ୟ କହିଥିଲେ ଘଟଣାଟି ସତ ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାଡ଼ ମରାଯାଇଥିବା ଯୁବକ ଜଣକ ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ । ତାଙ୍କର ବୟସ ୨୨ବର୍ଷ । ତାଙ୍କୁ ଏକ ଜମିବାଡ଼ି ବିବାଦକୁ ନେଇ ମାଡ଼ ମରାଯାଇଥିବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

3 + three =