ଭାଲୁ ସହ କଳି ହେଲା କାଳ

ଭୁବନେଶ୍ବର () : କୋରାପୁଟ ବିଧାୟକ କୃଷ୍ଣ ସଗରିଆ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେୁଛନ୍ତି । ଏହାପରେ ସେ ଗାଁ ଗାଁ ବୁଲି ଦଳିତଙ୍କ ପ୍ରତି ସରକାର କରୁଥିବା ଅନ୍ୟାୟର ପ୍ରତିବାଦ ବିଷୟକୁ ପ୍ରଚାର କରିବେ । ଏ ସରକାର ଦଳିତଙ୍କ ବିରୋଧୀ ବୋଲି ଓଡ଼ିଶାରର ଜନତାକୁ ସଚେତନ କରିବେ ।

ଭୁବନେଶ୍ବରଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ଏ ଭିତରେ କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ଏକ ବର୍ଷ ବିତିଛି । ନିଜ ଉପରେ ହୋଇଥିବା ଗଣବଳାକ୍ରାର ବିଷୟରେ ନ୍ୟାୟ ମାଗି ବିଫଳ ହେବା ପରେ ସେ ଶେଷରେ ଆତ୍ମହତ୍ୟା କରିଥିଲେ । ଏହା ବାଦ ମଧ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହୋଇଛନ୍ତି । ଏହା ସାରା ଓଡ଼ିଶା ପାଇଁ ଏକ ନିନ୍ଦନୀୟ ବିଷୟ ।

ତେବେ କଂଗ୍ରେସର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ସଗରିଆ କୁନ୍ଦିଲ ପାଇଁ ନୁହେଁ ବରଂ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଦଳ ଛାଡିଛନ୍ତି । କୋରାପୁଟ ଜିଲ୍ଲାରେ ଦଳୀତଙ୍କ ପାଇଁ ଲଢେଇ ନାଁରେ ସେ ଆଉ ଗୋଟିଏ ଜାତୀୟ ଦଳ ଆଡେ ମୁହାଁଇଛନ୍ତି । ଏଥିସହିତ କୋରାପୁଟ କଂଗ୍ରେସରେ ତାରା ବାହିନିପତିଙ୍କ ତାଙ୍କର ସଂପର୍କ ଗତ କିଛି ମାସ ହେଲେ ବେଶ ତିକ୍ତ ହୋଇଥିଲା । ଉଭୟ ଖୋଲାଖୋଲି ପରସ୍ପର ବିରୋଧରେ ଗଣମାଧ୍ୟମରେ ଆକ୍ଷେପ ପ୍ରତିଆକ୍ଷେପ କରୁଥିଲେ ।

ନିରଂଜନ ପିସିସି ସଭାପତି ଭାବେ ଦାୟିତ୍ବ ନେବା ପରେ ତାଙ୍କୁ ଏଆଇସିସି ସଭ୍ୟ ପଦ ଦିଆଯିବ ବୋଲି କୁହାଯାଇଥିଲେ ବି ଏଯାଏଁ ତାଙ୍କୁ ସେ ପଦ ମିଳିନି । ସେହିଭଳି ତାରାଙ୍କ ସହ ତାଙ୍କର ଅପଡ ହେବାରୁ ଦଳରେ ତାଙ୍କ କଥା କୌଣସି ବରିଷ୍ଠ ନେତା ଏପରିକି ନିଜେ ପିସିସି ସଭାପତି ମଧ୍ୟ ଶୁଣୁନାହାଁନ୍ତି । କଂଗ୍ରେସରେ ଚର୍ଚ୍ଚା ହେଉଛି ଯେ, ତାରାଙ୍କ ସହ ଶତ୍ରୁତା କରି ସେ ଆସନ୍ତା ସାଧାରଣ ନିର୍ବାଚନରେ କୋରାପୁଟରୁ ଆଉ ଥରେ ଜିତିବାର ସମ୍ଭାବନା ମଧ୍ୟ କମ । ଏହିଦୃଷ୍ଟିରୁ ସେ ଆଉ ଏକ ଜାତୀୟ ଦଳ ଆଡେ ମୁହାଁଇଛନ୍ତି । ସମ୍ଭବତଃ ସେହି ଦଳରୁ ସେ ଆଗକୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଶଗଡ଼ିଆ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବାକୁ ବିଧାନସଭାକୁ ଯାଇଥିଲେ । ସେଠାରେ କିନ୍ତୁ ବାଚସ୍ପତି ଅନୁପସ୍ଥିତ ଥିବାରୁ ସେ ଇସ୍ତଫାପତ୍ର ପ୍ରଦାନ କରିପାରି ନାହାନ୍ତି । ଆସନ୍ତା ୬ ତାରିଖରେ ବାଚସ୍ପତି ଫେରିବା ପରେ ତାଙକ୍‍ୁ ସାକ୍ଷାତକରି ନିଜର ଇସ୍ତଫା ପ୍ରଦାନ କରିବେ ବୋଲି ଶ୍ରୀ ଶଗଡ଼ିଆ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 4 =