ଗରାବଡ଼ୁ ନିଯୋଗର ହେବ କୋଭିଡ଼ ପରୀକ୍ଷା

ପୁରୀ() ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ଼-୧୯କୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା । ୨୯ ଓ ୩୦ରେ ଗରାବଡ଼ୁ ନିଯୋଗର କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ସୂଚନା ମିଳିଛି । ଏହାସହ ଅନ୍ୟ ୧୦ଟି ନିଯୋଗର ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ରଥ ନିର୍ମାଣ ସେବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ନାନ ପୂର୍ଣ୍ଣିମା ନୀତି ପାଇଁ ସେବାୟତଙ୍କ ତାଲିକା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ମେ ୨୫ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ହୋଇଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

eleven + five =