୨୪ ଘଣ୍ଟାରେ ଭାରତରେ ରେକର୍ଡ କଲା କରୋନ

ନୂଆଦିଲ୍ଲୀ() ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହାର କରାଳ ରୂପ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଭାରତରେ ମଧ୍ଯ ଏହା ନିଜର ଦବଦବା ଜାହିର୍ କରିଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୬୫୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୩୭ ଜଣଙ୍କ ଜୀବନ ନେଇଛି ଏହି ମହାମାରୀ‌। ଏହାକୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ୧୦୧ ରେ ପହଁଚିଥିବାବେଳେ, ୬୯ ହଜାର ୫୯୭ ଆକ୍ଟିଭ୍‌ କେସ୍‌ ରହିଛି । ଏହାସହ ଦେଶରେ କରୋନା ୩ ହଜାର ୭୨୦ଜଣଙ୍କ ଜୀବନ ନେଇ ସାରିଲାଣି । କେବଳ ମହାରାଷ୍ଟ୍ରରେ ୪୪ ହଜାର ୫୮୨ ଜଣ ଆକ୍ରାନ୍ତ ହୋଇଥିବାସହ ୧୫୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତାମିଲନାଡୁ, ଗୁଜରାଟ, ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

5 − three =