ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ପିବତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃର୍ଷ୍ଣଙ୍କ ଜନ୍ମୋତ୍ସବ । ପଲ୍ଲୀରୁ ଦିଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖରିତ । କରୋନା କଟକଣାକୁ ମାନି ପାଳନ ହେଉଛି ଜନ୍ମାଷ୍ଟମୀ । ତେବେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜର ଟ୍ୱିଟର ପେଜରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି କି, ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।

Share

Leave a Reply

Your email address will not be published. Required fields are marked *

19 − 17 =