ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ

ଭୁବନେଶ୍ୱର() ରାଜ୍ୟ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରିପାରିବେ । ରାଜ୍ୟର ଜଳବାୟୁ,ପର୍ଯ୍ୟପ୍ତ ଜଙ୍ଗଲ ସଂପଦ ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଲୋକମାନଙ୍କୁ ମହୁମାଛି ପାଳନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବାକୁ ପଡିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀକୁ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ମହୁମାଛି ପାଳନ ରାଜ୍ୟର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତ ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ । ମହୁମାଛିକୁ ବ୍ୟବସାୟଭିତ୍ତିକ, ଆନୁଷଙ୍ଗିକ ରୋଜଗାର କିମ୍ବା ଜୀବୀକାର୍ଜନ ପନ୍ଥା ଭାବେ ଗ୍ରହଣ କରାଯାଇ ପାରିବ ।ରାଜ୍ୟରେ ମିଳୁଥିବା ମହୁ ଉକ୍ରଷ୍ଟ ମାନର ହୋଇଥିବାରୁ ଏହାର ବଜାର ଚାହିଦା ରହିଛି  । ଅଧିକ ମହୁମାଛି ପାଳନ ଦ୍ୱାରା ମହୁ ଉପôାଦନ ବୃଦ୍ଧି ପାଇବା ସହିତ ପରାଗ ସଙ୍ଗମ ଦ୍ୱାରା ଖାଦ୍ୟଶସ୍ୟ ଉପôାଦନ ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଥିଲେ । 

ଅନ୍ୟପଟେ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,ଶକ୍ତି,ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଲେ ଆଦିମ କାଳରୁ ମହୁ ସଂଗ୍ରହ କାରିବାର ପରାମ୍ପରା ରହିଥିବା ବେଳେ ମହୁ ଉପôାଦନ ଓ ବୃଦ୍ଧି ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ କରାଗଲେ ଓଡିଶାର ଅର୍ଥାନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ।

ସେପଟେ କୃଷି ଉପôାଦନ କମିଶନର ପ୍ରଦାପ୍ତ କୁମାର ମହାପାତ୍ର ଉଦବୋଧନ ଦେଇ କହିଥିଲେ ଯେ ସବୁବର୍ଗର ଲୋକ ଘରୋଇ ଭାବରେ କିମ୍ବା ବ୍ୟବସାୟିକ ଭିତ୍ତିରେ ମହୁମାଛି ପାଳନ କରିପାରିବେ । ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ଅତି ସରଳ,ପରିବେଶ ଉପଯୋଗୀ ଓ ଗ୍ରାମୀଣ ଲୋକଙ୍କୁ ରୋଜଗାର ଯୋଗାଇଦେବା ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ପ୍ରତ୍ୟେକ ଜିଲ୍ଲାରେ କର୍ମଶାଳା ଆୟୋଜନ କରି ଲୋକମାନଙ୍କୁ ସଚେତନ କରାଇବା ଆବଶ୍ୟକ ରହିଛି ।

ତାସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଭୂମିହୀନ ଚାଷୀମାନଙ୍କ ନିମନ୍ତେ ମହୁମାଛି ପାଳନ ଏକ ଉପଯୁକ୍ତ ପନ୍ଥା ହୋଇଥିବାରୁ କାଳିଆ ଯୋଜନାରେ ମହୁମାଛି ପାଳନକୁ ଅନ୍ତର୍ଭୁକ୍ତ କରାଯାଇ ପାରିଛି । ଉଦ୍ୟାନ କୃଷି ନିଦେ୍ର୍ଧଶାଳୟ ପକ୍ଷରୁ ଏ ଦିଗରେ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି ଗର୍ଗ କହିଥିଲେ ।

Share

Leave a Reply

Your email address will not be published. Required fields are marked *

5 + 14 =