ବିଷାକ୍ତ ଛତୁ ଖାଇ ଦୁଇ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଇଁଫୁଲିଆ ଗାଁରେ ବିଷାକ୍ତ ଛତୁ ଖାଇ ଦୁଇ ଜଣ ପ୍ରାଣ ହରାଇଛନ୍ତି ା ଘଟଣାରେ  ଜଣେ ମହିଳା ଓ ତାଙ୍କ ଦିଅରଙ୍କ ମୃତ୍ୟୁ ଘଟିଛି।ମୃତକ ଦ୍ୱୟ ହେଲେ ଫୁଦାନ ମାଝି ଓ ଲକ୍ଷ୍ମୀ ମାଝି। ଏଥିସହ ଲକ୍ଷ୍ମୀ ମାଝିଙ୍କ ସ୍ୱାମୀ ଦାଶ ମାଝି  ଓ ତାଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ଦାଶ ମାଝିଙ୍କ ପରିବାର ପାଖ ଜଙ୍ଗଲରୁ ଛତୁ ଆଣିଥିଲେ। ଏହାକୁ କୁନ୍ଦୁରୀ ସହ ରାନ୍ଧି ପାଖାଳ ଭାତ ସହିତ ଖାଇଥିଲେ। ତେବେ ରାତିରେ ସମସ୍ତଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତା’ପରେ ଗାଁର ଜଣେ କ୍ୱାକ୍‌ଙ୍କଠାରୁ ଔଷଧ ଖାଇଥିଲେ। ହେଲେ ରାତିରେ ଫୁଦାନଙ୍କ ମୃତ୍ୟୁ ଘଟିଥିଲା। ଆଉ ଆଜି ସକାଳେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

3 + twelve =