ପ୍ରତ୍ୟେକ ବନ୍ୟା ପ୍ରଭାବିତଙ୍କ ପାଖରେ ପହଁଚିବ ପ୍ରଶାସନ

ଭୁବନେଶ୍ବର () ବନ୍ୟା ପ୍ରଭାବିତ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାର ସ୍ଥିତି ଆକାଶ ମାର୍ଗରୁ ପରିଦର୍ଶନ ସାରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ  । ବନ୍ୟା ପ୍ରଭାବିତ ସବୁ ଲୋକଙ୍କ ପାଖରେ ପ୍ରଶାସନ ପହଁଚିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି ।

ବନ୍ୟାରେ ଫସଲ, ସଡକ ଯୋଗାଯୋଗ ଏବଂ ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ବ୍ୟାପକ କ୍ଷୟକ୍ଷତି ଦେଖିବା ପରେ ସେ ଆଜି ସନ୍ଧ୍ୟା 5ଟାରେ ପୁଣି ଥରେ ସବୁ ବିଭାଗୀୟ ଅଧିକାରୀଙ୍କ ସହ ସ୍ଥିତି ସଂପର୍କରେ ସମୀକ୍ଷା କରିବେ ଏବଂ ପରବର୍ତ୍ତି କାର୍ଯ୍ୟପନ୍ଥା ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ।

ତିନି ଜିଲ୍ଲାର ସର୍ଭେ ପରେ ରଙ୍ଗେଇଲୁଣ୍ଡାଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରଶାସନ ଆବଶ୍ୟକ ସହାୟତା ସହ ବନ୍ୟା ଘେରରେ ଥିବା ସବୁ ଲେକଙ୍କ ପାଖରେ ପହଁଚିବ । ଆସ୍କା ଅଂଚଳରେ ବନ୍ୟା ପରେ ପାଣି ଘେରରେ ଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିଜ ଜୀବନକୁ ବାଜି ଲଗେଇଥିବା ଭାରତୀୟ ଜଳସେନା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ବନ୍ୟା ଅଂଚଳରେ ପ୍ରଭାବିତ ଲୋକଙ୍କୁ ସ୍ବାସ୍ଥ୍ୟକର ରନ୍ଧା ଖାଦ୍ୟ ପହଁଚାଉଥିବା ବିଜୁ ଯୁବ ବାହିନି କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ଓଡ୍ରାଫ ସହ ସ୍ବେଚ୍ଛାସେବୀଙ୍କ ସହଯୋଗ ସରକାରଙ୍କ ହାତମୁଠାକୁ ଆହୁରି ଟାଣ କରିବ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ତିନି ଜଣିଆ ମନ୍ତ୍ରୀ-ସ୍ତରୀୟ କମିଟି ମଧ୍ୟ ଆଦି ବନ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 + fifteen =