ମନ୍ତ୍ରୀଙ୍କ ଅନୁରୋଧ, ଗୁଜବରୁ ଦୂରେଇ ରହୁନ୍ତୁ

ଭୁବନେଶ୍ୱର() ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି ସହୁଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି କହିଥିଲେ ଯେ କୁକୁଡା ଖାଇଲେ କରୋନା ବ୍ୟାପିବ ନାହିଁ । ହେଲେ ଲୋକଙ୍କ ଭିତରେ କରୋନାକୁ ନେଇ ଥିବା ଭୟ ଯୋଗୁଁ କୁକୁଡାଙ୍କୁ ବିଲରେ ଛାଡି ଦେବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । କରୋନା ଭୟରେ କୁକୁଡା ଫାର୍ମ ଖାଲି ହୋଇଯାଇଛି ଓ ବିଲରେ କୁକୁଡା ବୁଲୁଛନ୍ତି ।

ମଣିଷ ସଂସ୍ପର୍ଷରେ ଆସିଲେ ଅନ୍ୟ ଜଣକୁ ବ୍ୟାପୁଛ କରୋନା । ଏଥିପାଇଁ ଫେସ୍ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି । ଚିକେନକୁ ଭଲଭଲାବେ ରୋଷେଇ କରି ଖାଆନ୍ତୁ । କୃଷିମନ୍ତ୍ରୀ ଅରୁଣ ସାହୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରି କହିଛନ୍ତି , ଏପରି ଗୁଜବରୁ ଦୂରେଇ ରହୁନ୍ତୁ ।

Share

Leave a Reply

Your email address will not be published. Required fields are marked *

8 − 6 =