ଉପମୁଖ୍ୟମନ୍ତ୍ରୀ ପଦରୁ  ପାଇଲଟଙ୍କୁ ବିଦା

ରାଜସ୍ଥାନ()   ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିବ ପାଇଲଟଙ୍କୁ ବିଦା କରାଯାଇଛି ।  ପାଇଲଟଙ୍କୁ ବିଦା କରାଯିବା ସମ୍ପର୍କରେ  ରଣଦେବ ସୂର୍ଯେୱାଲା ସୂଚନା ଦେଇଛନ୍ତି ।  ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ  ମଧ୍ୟ ପାଇଲଟଙ୍କୁ ବିଦା କରାଯାଇଛି ।  ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରାଙ୍କୁ ପିସିସି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି ।  ପାଇଲଟଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଛି ।  ରାଜସ୍ଥାନ ସରକାରର ଟଳମଳ ସଙ୍କଟକୁ ସୁଧାରିବା ପାଇଁ କଂଗ୍ରେସ ହାଇକମାଣ୍ଡ ତିନି ବରିଷ୍ଠ ନେତାଙ୍କୁ ପଠାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ରାଜସ୍ଥାନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ଏବଂ ଦଳର ବରିଷ୍ଠ ମୁଖପାତ୍ର ରଣଦୀପ ସୁର୍ୟେୱାଲା ରାଜସ୍ଥାନରେ ରହି ସ୍ଥିତି ଉପରେ ନଜର ରଖିିଛନ୍ତି।

Share

Leave a Reply

Your email address will not be published. Required fields are marked *

17 − 1 =