ଅକ୍ସିଜେନ୍ ଅଭାବରୁ ୨୨ ରୋଗୀଙ୍କ ମୃତ୍ୟୁ

ମହାରାଷ୍ଟ୍ର: ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ।ସୂଚନା ମୁତାବକ ଅକ୍ସିଜେନ୍ ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ହସ୍ପିଟାଲରେ ଥିବା ଅନ୍ୟ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଯାଞ୍ଚ ପାଇଁ କମିଟି ଗଠନ ହୋଇଛି। କେମିତି ଓ କେଉଁ କାରଣରୁ ଏଭଳି ହେଲା ତାର ତଦନ୍ତ ହେବ କହିଛନ୍ତି ଏଫଡିଏ ମନ୍ତ୍ରୀ ରାଜେନ୍ଦ୍ର ସିଙ୍ଗାନେ । ଯେତେବେଳେ ଘଟଣା ଘଟିଥିଲା ସେହି ସମୟରେ ହସ୍ପିଟଚାଲରେ ପାଖାପାଖି ୧୫୦ ରୁ ଅଧିକ ରୋଗୀ ଥିଲେ ।

ତେବେ ଘଟଣାକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି | ଟ୍ୱିଟ କରି ଅମିତ ଶାହା ଟ୍ୱିଟ କରି ଲେଖିଛନ୍ତି କି, ନାଶିକ ଡାକ୍ତରଖାନାରେ ଅମ୍ଳଜାନ ଲିକ୍ ହେବା ଖବର ଶୁଣି ମୁଁ ଦୁଃଖିତ | ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ଅପୂରଣୀୟ କ୍ଷତି ପାଇଁ ମୁଁ ମୋର ଗଭୀର ସମବେଦନା ଜଣାଉଛି | ଅନ୍ୟ ସମସ୍ତ ରୋଗୀଙ୍କ ସୁସ୍ଥତା ପାଇଁ ମୁଁ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି |

Share

Leave a Reply

Your email address will not be published. Required fields are marked *

3 × one =