କୋଭିସିଲ୍ଡ ଟିକାର ଦର ଘୋଷଣା କଲା ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଆଜି କୋଭିସିଲ୍ଡ ଟିକାର ଦର ସ୍ଥିର କରିଛି ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରଦାନ କରିବ । ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏହି ଟିକା ଯୋଗାଇ ଦିଆଯିବ ସେହିଭଳି ପ୍ରାଇଭେଟ ହସ୍ପିଟାଲ ଗୁଡିକ ଏହି ଟିକା କିଣିଲେ ୬୦୦ ଟଙ୍କା ଦେବାକୁ ପଡିବ ।

ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା | କିଛିଦିନ ତଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋଲା ବଜାରରେ ଭ୍ୟାକ୍ସିନ ମିଳିବା ନେଇ ପ୍ରସ୍ତାବ ପ୍ରଦାନ କରିଥିଲେ । ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଚିକା ମିଳିବା ନେଇ ଅନୁମତି ଦେଇଥିଲେ ।ମେ ପ୍ରଥମ ସପ୍ତାହରେ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଟିକା ଉପଲବ୍ଧ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି ।

ତେବେ ବିଶ୍ୱସ୍ତରରେ ବିକ୍ରି ହେଉଥିବା ଅନ୍ୟ ଟିକା ତୁଳନାରେ କୋଭିସିଲ୍ଡ ଟିକା ଟିକିଏ ଶସ୍ତା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଯେଉଁଠି ଆମେରିକା ଭ୍ୟାକସିନର ଦର ୧୫୦୦, ରଷିଆ ଭ୍ୟାକସିନର ଦର ୭୫୦ ଓ ଚୀନ ଭ୍ୟାକସିନର ଦର ୭୫୦ ରହିଛି । ସେଠାରେ କୋଭିସିଲ୍ଡର ଦର ଅପେକ୍ଷାକୃତ କମ ରହିଛି । ଆସନ୍ତା ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ କରୋନା ଟିକା ଦିଆଯିବା ନେଇ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

18 − 4 =