ଭୂମିହୀନ ଚାଷୀଙ୍କୁ ଆଜି ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା

ଆଜି କୃଷକଙ୍କୁ ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା । କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀଙ୍କୁ ଟଙ୍କା ବାଂଟିବେ । ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ୟ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ ଟଙ୍କାର ସହାୟତା ମିଳିବ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ୟ୍ୟାୟରେ ମିଳିବ ୫ ହଜାର ଟଙ୍କା । ଚାଷୀମାନେ ଏହି ଟଙ୍କାରେ ଛେଳି, ବତକ, କୁକୁଡ଼ା, ଛତୁ ଏବଂ ମହୁ ଚାଷ କରିପାରିବେ ।
ଜୀବନଧାରଣ ପାଇଁ ୭ଟି କ୍ଷେତ୍ରରେ ଏହି ଟଙ୍କାକୁ ବିନିଯୋଗ କରିପାରିବେ ଚାଷୀ । ନିଜ ପସନ୍ଦ ଏବଂ ସୁବିଧା ମୁତାବକ ଟଙ୍କାକୁ ବିନିଯୋଗ କରିପାରିବେ ଭୂମିହୀନ ଚାଷୀ । ତେବେ ପୂର୍ବରୁ ମଧ୍ୟ କୃଷକଙ୍କ ପାଇଁ କାଳିଆ ଯୋଜନା ମାଧ୍ୟମରେ ଟଙ୍କା ମିଳିଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅନେକ ଚାଷୀମାନେ ଉପକୃତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 16 =