ବାବର୍ ଭାରତକୁ ଆକ୍ରମଣ କରିଥିଲେ, ସେ ଆତଙ୍କବାଦୀ ଥିଲେ

ଭୁବନେଶ୍ୱର () ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏପରିକି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାବର୍ ଭାରତକୁ ଆକ୍ରମଣ କରିଥିଲେ, ଆତଙ୍କବାଦୀ ଥିଲେ । ତାଙ୍କ ନାଁରେ ନିର୍ମାଣ ହୋଇଥିବା ଧର୍ମପୀଠର ପୁନଃନିର୍ମାଣ ପାଇଁ ଜମି ଦିଆଯିବା ଉଚିତ୍ ନୁହେଁ ।

ସେ ଆହୁରି କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉସୁକାଉଛନ୍ତି ବୋଲି ରୋକଠୋକ୍ କହିଛନ୍ତି ଶଙ୍କରାଚାର୍ୟ୍ୟ ।

ଅଯୋଧ୍ୟାରେ ଯେଉଁ ସମସ୍ୟା ଉପୁଜିଛି ମଥୁରା, କାଶୀ କିମ୍ବା ଅନ୍ୟ ପୀଠ ଗୁଡିକରେ ଅନୁରୂପ ସମସ୍ୟା ଦେଖାଦେଇପାରେ । ବ୍ରିଟିଶ ସରକାରଙ୍କ ଡିଭାଇଡ୍ ଆଣ୍ଡ ରୁଲ୍ ପଲିସିକୁ ବର୍ତ୍ତମାନ ଗ୍ରହଣ କରାଯିବା ଅନୁଚିତ୍ । ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ୟ୍ୟ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + fourteen =