ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ନିଆଯିବ କଠୋର କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ୟ୍ୟାନୁଷ୍ଠାନ। ସଂପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ କହିଛନ୍ତି, ଏଥର ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି। ତେଣୁ ଏଥର ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ମନ୍ତ୍ରୀ ଆଶା ରଖିଛନ୍ତି। ପ୍ରତି ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ଘଟୁଥିଲେ ମଧ୍ୟ ଚଳିତ ବର୍ଷ କିଭଳି ଭାବରେ ତ୍ରୁଟି ବିଚ୍ୟୁତ ଢଙ୍ଗରେ ପରୀକ୍ଷା ହେବ ସେନେଇ ବିଭିନ୍ନ ପ୍ରଚେଷ୍ଟା କରାଯାଉଛି।

ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ଏଥର ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଛି।

Share

Leave a Reply

Your email address will not be published. Required fields are marked *

fifteen − five =