୮ରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବେ ଶାହା

ଭୁବନେଶ୍ୱର()କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୮ ତାରିଖରେ ଅପରାହ୍ନ ୩ଟା ୩୦ ରେ ଡିଜିଟାଲରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଜନସାଧାରଣଙ୍କୁ ସମ୍ବୋଧନ କରିବେ । ଏ ନେଇ ରାଜ୍ୟର ୫ ହଜାରରୁ ଅଧିକ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତି ବୈଠକ ହୋଇଥିଲା ।

ଏହି ଅବସରରେ ଭର୍ଚୁଆଲ ରାଲିର ପୋଷ୍ଟର ଓ ଭିଡିଓ ଜାରି କରାଯିବା ସହ ବୈଠକରେ ୧ ଲକ୍ଷରୁ ଅଧିକ ଲୋକ ବିଜେପିର ସୋସିଆଲ ମିଡିଆ ଆକାଉଣ୍ଟ ଓ ୟୁଟୁ୍ୟବ ମାଧ୍ୟମରେ ସାମିଲ ହେବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =