ଦିଲ୍ଲୀ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ୟା,ସଂଘର୍ଷରେ ଗଲାଣି ୧୭ ଜୀବନ

ନୂଆଦିଲ୍ଲୀ() ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ହିଂସାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଗତକାଲି ରାତିସୁଦ୍ଧା ଏହି ହିଂସାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ଆଉ ୪ ଜଣଙ୍କ ମୁତ୍ୟୁ ହୋଇଥିବା ଜିଟିବି ହସ୍ପିଟାଲ ସୂଚନା ଦେଇଛି । ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୦ରୁ ଅଧିକ ଲୋକ ଆହତ ହୋଇଛି ଚିକିତ୍ସାଧୀନ ଅଛନ୍ତି ।

ସେପଟେ ଦିଲ୍ଲୀ ହାଇକୋର୍ଟରେ ସିଏଏକୁ ନେଇ ରାତିଅଧିଆ ଶୁଣାଣି ହୋଇଛି । ଏଥିରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ହୋଗାଇ ଦେବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − two =