କୁକୁଡା ପାଇଁ ଜୀବନ ଗଲା

ରାଉରକେଲା()  ରାଉରକେଲାରେ କୁକୁଡା ପାଇଁ ଜଣେ ନାବାଳିକାକୁ ପିଟି ପିଟି ହତ୍ୟା କରାଯାଇଛି ।ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। କୁକୁଡା ମୃତ୍ୟୁକୁ ନେଇ ଉତ୍ତକ୍ଷିତ ହୋଇପଡିଥିବା ପଡୋଶୀ ଗତକାଲି ରାତିରେ ନାବାଳିକା ଜଣକୁ ଆକ୍ରମଣ କରିଥିଲା । ଏଥିରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ, ରୋଶନିଙ୍କ ଘରେ ଥିବା ସାତୋଟି କୁକୁଡ଼ା ହଠାତ୍ ମରିଯାଇଥିଲେ। ତେବେ ତାଙ୍କ ପଡୋଶୀ ସମୀରଙ୍କ ପରିବାର ଲୋକେ ଏହି କୁକୁଡାକୁ ବିଷ ଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ସମୀରଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ସମୀର ଗତକାଲି ସନ୍ଧ୍ୟାରେ ଏକ କାଠ ଫାଳିଆରେ ରୋଶନିଙ୍କ ପରିବାର ଉପରେ ଆକ୍ରମଣ କରିଥିଲ। ଏହି ଆକ୍ରମଣରେ ରୋଶନିର ମୁଣ୍ଡରେ ଆଘାତ ଲାଗିଥିଲା।ଗୁରୁତର ଅବସ୍ଥାରେ ରୋଶନିଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

1 × 3 =