ବ୍ରହ୍ମପୁରରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

ଭୁବନେଶ୍ବର () ଆଜି ସଚିବାଳୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜି ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ ଭେଲକାନୀ ଓ ତାଞ୍ଜୋର ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଯାତ୍ରା ପାଇଁ ବରିଷ୍ଠ ନାଗରିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତ ୨୦୧୬ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୦ଟି ଟ୍ରେନରେ ପାଖାପାଖି ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଛନ୍ତି । ବ୍ରହ୍ମପୁର, ଭୁବନେଶ୍ବର, ସମ୍ବଲପୁର, ବାଲେଶ୍ବର, ଟିଟିଲାଗଡ଼ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ବରମ, ମଦୁରାଇ, ଆଲ୍ଲାବାଦ, ବାରଣାସୀ, ଋଷିକେଶ, ଆଗ୍ରା, ଫେତେପୁରସିକ୍ରି, ମଥୁରା ଭଳି ସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍ ତୀର୍ଥଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ବାର୍ଦ୍ଧକ୍ୟ ଜୀବନରେ ତୀର୍ଥ ଯାତ୍ରା କରିବାର ଆଶାକୁ ସରକାର ପୂରଣ କରିଛନ୍ତି । ଏହାସହ କାର୍ଯ୍ୟକ୍ରମର ଉଚ୍ଚ ପ୍ରସଂଶା କରିଛନ୍ତି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ।

Share

Leave a Reply

Your email address will not be published. Required fields are marked *

eighteen − 13 =