ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର () ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା  । କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହି ଯୋଜନାର ଆନୁଷ୍ଠାନକ ଭାବେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋଗୋ ଓ ହେଲ୍ପ ଡେକ୍ସ ମଧ୍ୟ ଉଦଘାଟନ କରିଛନ୍ତି  ।

ଏହି ଯୋଜନାରେ ରାଜ୍ୟର 70 ଲକ୍ଷ ପରିବାରର 3 କୋଟି 50 ଲକ୍ଷ ଲୋକ ଉପକୃତ ହେବେ । ପ୍ରତି ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ହିତାଧୀକାରୀଙ୍କ ପରିବାରରେ ମହିଳାଙ୍କୁ ବାର୍ଷିକ 7 ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ବାସ୍ଥ୍ୟ ସୁରକ୍ଷା ଦିଆଯିବ । ଏହାଦ୍ବାରା ରାଜ୍ୟର ପ୍ରାୟ ଦେଢ କୋଟି ମହିଳା ଉପକୃତ ହେବେ ।

ବର୍ତ୍ତମାନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧୀକାରୀଙ୍କ ସମେତ ଅନ୍ୟାନ ସ୍ବଳ୍ପ ଆୟକାରୀ ପରିବାରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାର ସୁବିଧା ରାଜ୍ୟର ସବୁ ସ୍ବାସ୍ଥ୍ୟ ଉପକେନ୍ଦ୍ରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଉବଲବ୍ଧ ହେବ  ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ପାଇଁ ଘୋଷଣା

କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବ୍ୟବସ୍ଥାରେ କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଓଟି ସୁବିଧା, ଆସ୍ତ୍ରୋପଚାର, ଆଇସିୟୁ ସେବା, ଅର୍ନ୍ତବିଭାଗ ସେବା ପାଇଁ କୌଣସି ପ୍ରକାର ଦେୟ ଦେବାକୁ ପଡିବନି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପ ଡେକ୍ସ କାର୍ଯ୍ୟକ୍ଷମ ହୋଇଛି ।

ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ସହ ହିତାଧୀକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଏହାପରେ ସବୁ ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । କୁକୁଡାଖଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ମନମୋହନ ବିଶୋୟୀ ମଧ୍ୟ ନିରଂଜନ ସେଠୀ ଓ କସ୍ତୁରୀ ପାତ୍ର ନାମକ ଦୁଇ ଜଣ ହିତାଧିକାରୀଙ୍କୁ ହେଲଥ କାର୍ଡ ଦେଇ ନିଜ ଅଂଚଳରେ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 2 =