ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ବିଜେପି

ଭୁବନେଶ୍ୱର ()  ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର୍ୟ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।

ପ୍ରକାଶ ପାଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି, ୨୦୧୪ ଅପେକ୍ଷା ୨୦୧୯ ନିର୍ବାଚନରେ ନେତାଙ୍କ ଅପରାଧୀକ ମାମଲା ବୃଦ୍ଧି ପାଇଛି । ତେବେ ଗତ ନିର୍ବାଚନରେ ନେତାଙ୍କ ନାଁରେ ୨୩ ପ୍ରତିଶତ ଅପରାଧିକ ମାମଲା ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବଢି ୩୦ ପ୍ରତିଶତରେ ପହଂଚିଛି । ସେହିଭଳି ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଅର୍ଥାତ୍ ବିଜେପିର ଅଧା ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ଏହି ଦଳର ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସର ୪୬ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ମାମଲା ରହିଥିବା ବେଳେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ମାମଲା ।ତେବେ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।

ଅନ୍ୟପକ୍ଷରେ, ସବୁଠୁ ଧନୀ ତାଲିକାରେ ଅଛନ୍ତି ବଡମ୍ବା କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି, ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

two × 5 =