ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଏଏସଆଇ

ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ପୋଲିସ ବାବୁ | ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ | ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ । ମାନସଙ୍କୁ ବ୍ରହ୍ମପୁର ଭିଜିଲ୍ଲାନ୍ସ ଅଟକ ରଖି ପଚରାଉଚରା କରୁଛି । ଆଉ ଏହି ପୋଲିସ ବାବୁଙ୍କୁ ଧରା ପକାଇ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବକ ସ୍ୱାଧୀନ ବିଷୋୟୀ ।

ସୂଚନା ମୁତାବକ, ସ୍ୱାଧୀନଙ୍କୁ କିଛି ବ୍ୟକ୍ତି ଧମକ ଦେଉଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେଣୁ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ପାଇଁ ଏଏସଆଇ ମାନସ କୁମାର ରାଉତ ସ୍ୱାଧୀନଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ ।

ପରେ ମୁଲଚାଲ ପରେ ୩ ହଜାରରେ କଥା ଛିଡିଥିଲା । ହେଲେ ପୂର୍ବ ଯୋଜନା ମୁତାବକ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସଙ୍କୁ ସୂଚନା ଦେଇଥିଲେ ସ୍ୱାଧୀନ । ଗତାକାଲି ସ୍ୱାଧୀନ ଟଙ୍କା ନେଇ ଏଏସଆଇଙ୍କୁ ଦେଉଥିବା ବେଳେ ପହଞ୍ଚି ଯାଇଥିଲେ ଭିଜିଲାନ୍ସର ୫ ଜଣିଆ ଟିମ୍ । ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିଥିବା ବେଳେ ପୋଲିସ ବାବୁଙ୍କ ଅନ୍ୟାନ୍ୟ ସମ୍ପତି ଯାଞ୍ଚ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

4 × 4 =