ଗିରଫ ହେଲେ ୱେବ ପୋର୍ଟାଲ ସାମ୍ବାଦିକ

ଭୁବନେଶ୍ୱର: ଫେସବୁକ୍ ଲାଇଭରେ ପ୍ରବଳ ଗପୁଥିଲେ । ଏପରିକି ଆନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ବିରୋଧରେ ଅଶାଳିନ ଭାଷାରେ ଖବର ପ୍ରସାରଣ କରୁଥିଲେ ୱେବ ପୋର୍ଟାଲ ସମ୍ପାଦକ । ଶେଷରେ ଆଶାଳିନ ମନ୍ତବ୍ୟ ପଡିଛି ମହଙ୍ଗା । ଗିରଫ ହୋଇଛନ୍ତି ଫୋକସ ପ୍ଲସ ଓଡ଼ିଶାର ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ । ସମ୍ପାଦକଙ୍କ ସହ ସାମ୍ବାଦିକ ସ୍ମୃତିରଞ୍ଜନ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ୱେବ ପୋର୍ଟାଲର କମ୍ପୁଟର ଏବଂ ଅନ୍ୟ ସମାଗ୍ରୀକୁ ଜବତ କରାଯାଇଛି ।

ସୂଚନା ଥାଉକି, ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସ ଖେଳୁଥିବା ବେଳେ ତାଙ୍କୁ ବାରମ୍ବାର ଫୋନ କରୁଥିଲେ ୱେବ ପୋର୍ଟାଲ ସମ୍ପାଦକ । ଏପରିକି ତାଙ୍କ ବାପା ମାଙ୍କ ପ୍ରତିକ୍ରିୟା ରଖି ଦୂତୀଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ । ଯାହାକୁ ନେଇ ଦୂତୀ ଅଭିଯୋଗ କରିଥିଲେ । ପ୍ରେସମିଟ୍ କରିବା ପରେ ପୋଲିସ ସମ୍ପାଦକ ଓ ରିପୋର୍ଟରଙ୍କୁ ଉଠାଇ ଆଣିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 − 5 =