ମାଡିଆସୁଛି ‘ଫାନୀ’

ବାତ୍ୟା ‘ଫାନି’ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ‘ଫାନି’ ଆନ୍ଧ୍ର ମଛଲିପଟନମ୍ଠାରୁ ୧୨୩୦ କିମି ଦୂରରେ ରହିଛି । ଓଡିଶାରୁ ପ୍ରାୟ ୧୫୦୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବାତ୍ୟା ‘ଫାନି’ ।୧ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ତାମିଲନାଡୁ ପାଇଁ ସତର୍କ ଘଣ୍ଟି । ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ କରାଳ ରୂପ ନେବ ବାତ୍ୟା ‘ଫାନୀ’ । ତେବେ ଭାରତୀୟ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ସାମୁଦ୍ରିକ ଝଡ଼ ‘ଫାନୀ’ ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଯାହାକି ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ ଭାରତ ମହାସାଗରକୁ ଛୁଇଁବା ପରେ ଭୟଙ୍କର ରୂପ ଧାରଣ କରିପାରେ ବୋଲି ତାମିଲନାଡୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଏହା ପ୍ରଭାବରେ ଆସନ୍ତା କାଲିଠାରୁ ପବନର ବେଗ ଧିରେ ଧିରେ ବଢ଼ିବାକୁ ଥିବାବେଳେ ମଙ୍ଗଳବାର ସୁଦ୍ଧା ପବନର ବେଗ ଘଣ୍ଟାକୁ ୧୪୦ରୁ ୧୫୦ ହୋଇପାରେ ବୋଲି ସୂଚନା ମିଳିଛି । ଏପରିକି କେରଳର ବିଭିନ୍ନ ସ୍ଥାନରେ ସୋମବାର ଓ ମଙ୍ଗଳବାରରେ ବର୍ଷା ମଧ୍ୟ ହୋଇପାରେ ।

Share

Leave a Reply

Your email address will not be published. Required fields are marked *

9 − 1 =