ଆଚରଣ ବିଧି ଉଲ୍ଲଂଘନ କରି ପ୍ରଚାର କରୁଛନ୍ତି ବୈଜୟନ୍ତ

କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି । କେନ୍ଦ୍ରାପଡ଼ାରେ ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ ରହିଛି । ଆଜି ବି ବିଜେପି ପାଇଁ ସୋସିଆଲ ମିଡ଼ିଆରେ ପ୍ରଚାର ଜାରି ରହିଛି ।

ସାଇଲେନ୍ସ ପିରିୟଡ଼ ଚାଲିଥିବା ବେଳେ ଲୋକଙ୍କ ପାଖକୁ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଭଲସ୍ କଲ୍ ଆସୁଛି । କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାକୁ ଭୋଟ ଦିଅନ୍ତୁ ବୋଲି ଭଏସ୍ କଲରେ କୁହାଯାଉଛି ।

ଗତକାଲି କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଟଙ୍କା ବାଂଟୁଛନ୍ତି ବୋଲି ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେଡ଼ି । ୪ ଜଣ ସହଯୋଗୀଙ୍କ ସହାୟତା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ବିଜେଡ଼ି କହିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − 10 =