ମନୋରଞ୍ଜନ

କାହିଁକି ଏନ୍ଗେଜମେଣ୍ଟକୁ ଘୁଞ୍ଚାଇ ଦେଲେ ବରୁଣ ? ଜାଣନ୍ତୁ …

ବଲିଉଡର ଲୋକପ୍ରିୟ ନାୟକ ବରୁଣ ଧଓ୍ଵନ ନିଜର ଜନ୍ମଦିନ ଅର୍ଥାତ୍ ଏପ୍ରିଲ ୨୪ ତାରିଖ ଏନ୍ଗେଜମେଣ୍ଟ୍ କରିବେ ବୋଲି ଚର୍ଚ୍ଚା ହେଉଥିଲା।ସେ ବେଶ୍ କିଛି ସମୟ ଧରି ନିଜର ଗାର୍ଲଫ୍ରେଣ୍ଡ୍ ନତାଶା ଦଲାଲଙ୍କ ସହ ପ୍ରେମ ସଂପର୍କରେ ରହିଛନ୍ତି।

ବରୁଣ ଧଓ୍ଵନ୍ କିନ୍ତୁ ନିଜର ଏନ୍ଗେଜମେଣ୍ଟକୁ ଘୁଞ୍ଚାଇ ଦେଇଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ବରୁଣ ଏବେ ନିଜର ପ୍ରେମ ସଂପର୍କ ବା ବିବାହ ଅପେକ୍ଷା କ୍ୟାରିଅର୍ ପ୍ରତି ଅଧିକ ଧ୍ୟାନ ଦେବେ।ଏହି କାରଣରୁ ବରୁଣ ଧଓ୍ଵନ୍ ନିଜର ଏନଗେଜମେଣ୍ଟକୁ ଆଉ କିଛି ସମୟ ପାଇଁ ଟାଳି ଦେଇଛନ୍ତି। ଏବେ ବରୁଣ ଧଓ୍ଵନ୍ ପିତା ଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶନାରେ ‘କୁଲି ନଂ-୧’ର ରିମେକ୍ରେ କାମ କରୁଛନ୍ତି। ଏହି ଫିଲ୍ମରେ ବରୁଣ ପ୍ରଥମ ଥର ପାଇଁ ସାରା ଅଲ୍ଲୀ ଖାନ୍ଙ୍କ ବିପକ୍ଷରେ ନଜର ଆସିବେ।

Share

Leave a Reply

Your email address will not be published. Required fields are marked *

eleven − 5 =