ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର () ବ୍ରହ୍ମପୁର ଏସ୍ପି ଅଫିସ୍ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ଗତ ୧୨ ତାରିଖରେ ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୯୫ % ପୋଡ଼ି ଯାଇଥିଲା ।

ଗତ ଜାନୁଆରୀ ୨୮ ତାରିଖରେ ମିନାକ୍ଷୀଙ୍କ ଘର ଆଗରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ତାଙ୍କ ପୁଅ ରାଜା ମିଶ୍ରଙ୍କର ଅନ୍ୟଗୋଷ୍ଠିର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହାର ଭିଡିଓ ଭାଇରାଲ ହୋଇଥିବା ବେଳେ ଉଭୟ ପକ୍ଷର ଏତଲା କ୍ରମେ ପୋଲିସ ୫ଜଣଙ୍କୁ ଗିରଫ କରିଛନ୍ତି । ଏହି ମାମଲାରେ ମିନାକ୍ଷୀ ଏସପିଙ୍କୁ ଦେଖା କରିବା ସହ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଯାଏଁ ଏସପିଙ୍କ ସହ ଦେଖା ନ ହେବାରୁ ମିନାକ୍ଷୀ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

15 − 8 =