କୁଲଭୂଷଣଙ୍କ ଫାଶି ଉପରେ ରୋକ

ଭାରତକୁ ମିଳିଛି ବଡ଼ ବିଜୟ। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଏତିରେ ରୋକ୍ ଲଗାଇଛନ୍ତି। । କୋର୍ଟ କହିଛି ଯେ, କୁଲଭୂଷଣଙ୍କୁ ପାକିସ୍ତାନ ଫାଶି ଦେଇ ପାରିବ ନାହିଁ। ଏହି ମାମଲାରେ ଭାରତ ଆଇନଗତ ଲଢେଇ ଲଢି ପାରିବ। ଆଜିର ଏହି ମହତ୍ଵପୂର୍ଣ୍ଣ ଶୁଣାଣିରେ ଆଇସିଜେର ମୋଟ୍ ୧୬ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରାୟ ଦେଇଛନ୍ତି। ମାତ୍ର ଜଣେ ସଦସ୍ୟ ପାକିସ୍ତାନ ପକ୍ଷରେ ଯାଇଥିବା ସୂଚନା ମିଳିଛି।

୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି।

Share

Leave a Reply

Your email address will not be published. Required fields are marked *

5 × three =