ମୋହନ ଚରଣ ମାଝୀଙ୍କ ଘରେ ପଶି ଆକ୍ରମଣ

କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଘରେ ପଶି ଆକ୍ରମଣ କରାଯାଇଛି । ଏନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ବିଜେପିର କର୍ମକର୍ତ୍ତା ପଦରୁ ତଡ଼ା ଖାଇଥିବା ଜଣେ କର୍ମୀ ଓ ତାଙ୍କର ୪ ଜଣ ସହଯୋଗୀ ଏହି ଆକ୍ରମଣ ଘଟାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ୪-୫ ଜଣ ଯୁବକ ବିଧାୟକଙ୍କ ମୁଣ୍ଡୁଆସ୍ଥିତ ବାସଭବନରେ ପହଞ୍ଚିଥିଲୋ । ବିଧାୟକଙ୍କୁ ଆକ୍ରମଣ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ମାତ୍ର ବିଧାୟକ ସେ ସମୟରେ ଘରେ ଉପସ୍ଥିତ ନଥିଲେ । ଏହାପରେ ଆକ୍ରମଣକାରୀମାନେ ବିଧାୟକଙ୍କ ଘରେ ଥିବା ଜଣେ ଯୁବକଙ୍କୁ ମାରପିଟ୍ କରିଥିଲେ । ଏଥିସହିତ ସେମାନେ ବିଧାୟକଙ୍କ ବିରୋଧରେ ନାନା ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, କିଛିଦିନ ଏକ ଘଟଣାକୁ କେନ୍ଦ୍ର କରି ଜଣେ ଆକ୍ରମଣକାରୀଙ୍କୁ ଦଳରୁ ହଟାଇ ଦିଆଯାଇଥିଲା । ଏହପରେ ଉକ୍ତ ଯୁବକ ବିଧାୟକଙ୍କୁ ଆକ୍ରମଣ କରିବାକୁ ଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ଟାଉନଥାନାରେ ଅଭିଯୋଗ କରାଯିବା ପରେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ମାମଲାର ତଦନ୍ତ ସଦର ଏସଡିପିଓ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =