ଖୋର୍ଦ୍ଧାର ୨ ଘରୋଇ ହସ୍ପିଟାଲ ସିଲ

ଖୋର୍ଦ୍ଧା()  ଖୋର୍ଦ୍ଧା ପୌରାଞ୍ଚଳରେ ଥିବା ୨ଟି ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି ।  ପ୍ରଶାସନିକ ଅଧିକାରୀମାନେ  ଗୋଟିଏ ହସ୍ପିଟାଲକୁ ୫୦ ହଜାର ଟଙ୍କା ଜୋରିମାନା କରିବା ସହ ୭ ଦିନ ପାଇଁ  ସିଲ କରିଛନ୍ତି ।

ଅନ୍ୟ ଏକ କ୍ଲିନକକୁ ମଧ୍ୟ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ସିଲ କରାଯାଇଛି ।  କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ୨ ଘରୋଇ ହସ୍ପିଯାଲକୁ ସିଲ କରାଯାଇଛି ।
ସମାଜିକ ଦୂରତ୍ୱ ପରଖିବା ପାଇଁ ଆଜି ଖୋର୍ଦ୍ଧାର ବିଭିନ୍ନ ନର୍ସିଂହୋମରେ ଚଢଉ କରାଯାଇଥିଲା ।  ଖୋର୍ଦ୍ଧା ଟାଉନରେ ଥିବା ଏକାଧିକ ନର୍ସିଂହୋମରେ  ଏକକାଳୀନ ଚଢଉ କରାଯାଇଥିଲା ।   ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ଟିମ ପକ୍ଷରୁ ମିଳିତଭାବେ ଚଢଉ କରାଯାଇଥିଲା ।  କରୋନା ଗାଇଡଲାଇନ ପାଳନ ହେଉଛି କି ନାହିଁ ତାହାର ତଦାରଖ ପାଇଁ ଏହି ଚଡଉ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

4 + five =