ନିର୍ଭୟା ଦୋଷୀଙ୍କୁ ୭ ଦିନ ଭିତରେ ଫାଶୀ ଖୁଣ୍ଟରେ ଝୁଲାଯାଉ

ନୁଆଦିଲ୍ଳୀ() ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ସରକାର କହିଛନ୍ତି ଯେ ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ୭ ଦିନ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲାଯାଉ । ଗୃହ ମନ୍ତ୍ରଣାଳୟର ଯାଚିକା ଏଥିପାଇଁ ମଧ୍ୟ ବେଶି ମହତ୍ୱପୂର୍ଣ୍ଣ ଅଟେ ଯେ ୨୦୧୨ରେ ନିର୍ଭୟା ଗ୍ୟାଙ୍ଗ ରେପ-ହତ୍ୟା ମାମଲାରେ ଚାରି ଦୋଷୀଙ୍କ ଫାଶୀ ଦୀର୍ଘ ଦିନରୁ ଲମ୍ୱିତ ରହିଛି । ରିଭ୍ୟୁ, କ୍ୟୁରେଟିଭ ଏବଂ କ୍ଷମା ଯାଚିକାରେ ଦୀର୍ଘ ସମୟ ବିତିଛି ।

ସରକାର କହିଛନ୍ତି, “ଯଦି ଦୋଷୀ ଦୟା ଯାଚିକା ଦାଖଲ କରିବାକୁ ଚାହାନ୍ତି ତେବେ ସକ୍ଷମ କୋର୍ଟ ଦ୍ୱାରା ଡେଥ୍ ୱାରେଣ୍ଟ ଜାରି କରାଯିବାର ୭ ଦିନ ମଧ୍ୟରେ ବାଧ୍ୟତା ହେଉ” ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମିଳିସାରିଛି । କିନ୍ତୁ କୁହାଯାଉଥିଲା କ’ଣ ଫେବ୍ରୁଆରୀ ୧ ତାରିଖରେ ଦିଆଯାଇପାରିବ ଫାଶୀ? ଏବଂ କ’ଣ ଫାଶୀ ସକାଳ ୬ଟାରେ ହିଁ ହେବ? ଆଜିଯାଏଁ ଆମେ କେବଳ କୋର୍ଟରୁ ତାରିଖ ପରେ ତାରିଖ ଡାଇଲଗ ହିଁ ଶୁଣିଆସୁଥିଲୁ । ହେଲେ ମୃତ୍ୟୁର ତାରିଖ ମଧ୍ୟ ବଦଳିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

18 − 10 =