ଆଜିଠୁ ସାରା ରାଜ୍ୟରେ ଖୋଲୁଛି ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ସାରା ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍ ଗାଇଡଲାଇନ୍ ମାନି ରାଜ୍ୟରେ ସମସ୍ତ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ ଓ ପଲିଟେକନିକ କଲେଜ ଖୋଲିବ। ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସିଟିଂ ଆରେଞ୍ଜମେଣ୍ଟ କରାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରାଯିବ। ଲାବୋରେଟାରୀକୁ ମଧ୍ୟ ସଂମ୍ପୂର୍ଣ୍ଣ ବିଶୋଧନ କରାଯିବ।

Share

Leave a Reply

Your email address will not be published. Required fields are marked *

1 × 2 =