କଟକ ପାଇବ ନୂଆ ରୂପ,SCBର ହେବ ନବକଳେବର

କଟକ() ବଦଳିବ କଟକର ମାନଚିତ୍ର । ବଦଳିବ କଟକର ରୂପରେଖା । ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ ଏସ୍ସିବି ମେଡିକାଲ କଲେଜର ଦ୍ୱିତୀୟ କ୍ୟାମ୍ପସ ।

ସେ କହିଛନ୍ତି, ଏସ୍ସିବିକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ବଡ଼ ମେଡିକାଲର ପୁରୁଣା କ୍ୟାମ୍ପସର ସଂପ୍ରସାରଣ ମଧ୍ୟ କରାଯିବ। ମେଡିକାଲ ନିକଟରେ ଥିବା ଅନ୍ୟ କିଛି ବିଭାଗର ଜମି ଉଚ୍ଛେଦ କରାଯିବ। ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟରଙ୍କ ସମେତ ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର ମଧ୍ୟ ଭଙ୍ଗାଯିବ। ଅଧିଗ୍ରହଣ ଦ୍ୱାରା ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ ବୋଲି ଆକଳନ କରାଯାଉଛି । ଫେବୃଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିଲେ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ନିର୍ମାଣ କାମ ହେବ ।

ସେହିପରି କଟକ ରିଂ ରୋଡ୍ ୬ ଲେନ୍ କରାଯିବ। ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲକୁ ସଂଯୋଗ କରୁଥିବା ରାସ୍ତା ୩ ଲେନ୍ ହେବ । ୩ ଲେନ୍ ସହ ଯାତାୟାତ ସୁବିଧା ପାଇଁ ୨ଟି ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Share

Leave a Reply

Your email address will not be published. Required fields are marked *

fifteen − 15 =