ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥ ରଚିଲା ଇତିହାସ

ଭୁବନେଶ୍ୱର() ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି ।

ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ନୂତନ ଭାବେ ସ୍ଥାପିତ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ଭାରତୀୟ ରେଳବାଇରେ ପ୍ରଥମ ଏବଂ ଦେଶରେ ଚତୁର୍ଥ ପ୍ଲାଣ୍ଟ ଯାହାକୁ ପଲିକ୍ରାକ ପଦ୍ଧତି କୁହାଯାଉଅଛି । ଏହା ବିଶ୍ୱର ପ୍ରଥମ ପେଟେଣ୍ଟ ବିଷମ ଉତପ୍ରେରକ ପ୍ରକ୍ରିୟା ଯାହାକି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ । ରେଳଡବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପନ ହେଉଛି ଯାହାର ପରିଚାଳନା ପାଇଁ କୌଣସି ପଦ୍ଧତି ନଥିଲା । 

ଏହି ପଲିକ୍ରାକ ପଦ୍ଧତି ପ୍ଲାଣ୍ଟ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ୫୦ ଭାଗ ଆଦ୍ରତା ଥିବା ଅଲଗା ହୋଇନଥିବା ବିଭିନ୍ନ ପ୍ରକାର ଅଳିଆ, ଇ-ୱେଷ୍ଟ, ଗାଡିମଟର ଗୁଡିକର ଆବର୍ଜନା, ଅର୍ଗାନିକ ୱେଷ୍ଟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚା ଗୁଡିକର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷ ଯଥା ଯାଥ୍ରୋପା ଫଳ କିମ୍ବା ଖଜୁରୀ ଜାତୀୟ ଫଳର ଗୋଚ୍ଛା ଗୁଡିକୁ ବ୍ୟବହାର କରି ଉର୍ଜା ବା ଇନ୍ଧନ ସୃଷ୍ଟି କରିପାରିବ ।

Share

Leave a Reply

Your email address will not be published. Required fields are marked *

seventeen − 13 =