ସିଲ୍ ହେବ ଭୁବନେଶ୍ୱରର ୨୯ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର() ପାର୍କିଂ ବ୍ୟବସ୍ଥା ନେଇ କଲ୍ୟାଣମଣ୍ଡପଗୁଡ଼ିକ ଧ୍ୟାନ ଦେଇନଥିବାରୁ ଏଗୁଡ଼ିକୁ ସିଲ୍ କରିବାକୁ ବିଏମସିରୁ ନୋଟିସ ହୋଇଛି । ରାଜଧାନୀରେ ୨୯ କଲ୍ୟାଣ ମଣ୍ଡପକୁ ସିଲ୍ କରିବ ବିଏମସି ।ଯେଉଁସବୁ କଲ୍ୟାଣ ମଣ୍ଡପଗୁଡ଼ିକର ପାର୍କିଂ ବ୍ୟବସ୍ଥା ନାହିଁ, କଠିନ ବର୍ୟ୍ୟବସ୍ତୁ ପରିଚାଳନା ଦିଗରେ ଧ୍ୟାନ ଦେଇନାହାନ୍ତି ସେଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ ।

ପଟିଆ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ଜିଜିପି କଲୋନି, କଳ୍ପନା ସବୁଠି ଚିହ୍ନଟ ହୋଇଥିବା ଏଭଳି କଲ୍ୟାଣମଣ୍ଡପଗୁଡ଼ିକୁ ନୋଟିସ କରାଯାଇଛି । ମୋଟା ଅଙ୍କର ଭଡ଼ା ନେଇ ବେପାର କରୁଥିବା କଲ୍ୟାଣମଣ୍ଡପଗୁଡ଼ିକର ନିଜସ୍ବ ପାର୍କିଂ ବ୍ୟବସ୍ଥା ନଥିବାରୁ ମଣ୍ଡପ ସାମ୍ନା ରାସ୍ତା ଜାମ୍ ହେଉଛି । ସେହିଭଳି ବିଭିନ୍ନ ଫଙ୍କସନ ସରିଲେ କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ସେମାନେ ଏଣେ ତେଣେ ଫିଙ୍ଗି ଦେଉଥିବାରୁ ଡ୍ରେନ୍ ଜାମ୍ ହେଉଛି । ଯାହାକୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ଦେଖାଯାଉଛି ।

Share

Leave a Reply

Your email address will not be published. Required fields are marked *

ten − two =