କୃଷକ, ପ୍ରବାସୀ ଶ୍ରମିକ ଓ ଛୋଟ ବ୍ୟବସାୟୀଙ୍କୁ ସ୍ୱାବଲମ୍ବୀ କରିବାରେ ବଡ ପଦକ୍ଷେପ

ଭୁବନେଶ୍ୱର () କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି, ଏହା ସେମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବାରେ ବଡ ପଦକ୍ଷେପ ବୋଲି କହିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଜଣାଇଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବର୍ତମାନର ଘଡିସନ୍ଧି ମୁହୂର୍ତରେ କରୋନା ଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଦେଶ ଓ ରାଜ୍ୟ ଲକ୍ ଡାଉନ୍‌ରେ ଥିବା କାରଣରୁ ଅନେକ ଗରିବ ଲୋକ ଏବେ ବି ହଇରାଣ ହରକତ ହେଉଛନ୍ତି । ଏଭଳି ସମୟରେ ମୋଦି ସରକାର ଗରିବ ଲୋକ ତଥା ଅସହାୟ ଲୋକଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ଉଦ୍ୟମ ପରେ ଉଦ୍ୟମ କରୁଛନ୍ତି । ଆଜି ଘୋଷଣାରେ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦର ବ୍ୟବସ୍ଥା ହୋଇଛି । ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ । ଯଦ୍ୱାରା ଓଡିଶାର ପ୍ରବାସୀ ଶ୍ରମିକମାନେ ମଧ୍ୟ ଲାଭ ପାଇବେ । ସେହିପରି ଅନେକ ରାଜ୍ୟରେ ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

ଏତଦବ୍ୟତିତ ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ଆର୍ଥିକ ସହାୟତା ଘୋଷଣା ହୋଇଛି ତାହା ଦ୍ୱାରା ମଧ୍ୟ ଓଡିଶାକୁ ଲାଭ ମିଳିବ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି । ସମାଜର ସବୁଠୁ ତଳ ସ୍ତରର ଗରିବ ଲୋକମାନେ ହଇରାଣ ନହୁଅନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଏକାନ୍ତ ଇଚ୍ଛା । ଲକ୍ ଡାଉନ୍ ଅବଧିରେ ମଧ୍ୟ ପ୍ରତ୍ୟେକ ଗରିବ ଖଟିଖିଆ ପରିବାରଙ୍କୁ ଖାଦ୍ୟ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅହରହ ଉଦ୍ୟମ କରୁଛନ୍ତି । ଗରିବ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ଯାଗାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି ବୋଲି ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − sixteen =