ପିଏମୱାଇରେ ବ୍ଲକକୁ ମିଳିବ ପୁରସ୍କାର

ଭୁବନେଶ୍ବର () ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ଏମ୍‍ଜିନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡିକୁ ରାଜ୍ୟ ସରକାର ପୁରସ୍କାର ଦେବାଲାଗି ନେଇଥିବା ପଦକ୍ଷେପରୁ ସଫଳତା ମିଳିଛି । ଗତ ମାସ ୨୬ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟରେ ପ୍ରଥମ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରି ୬୦ଟି ବ୍ଲକ ପୁରସ୍କାର ଆକାରରେ ୩୮ଲକ୍ଷ ଟଙ୍କା ପାଇଛନ୍ତି । ଏହି ସମୟରେ ଏକ ଲକ୍ଷ ୬ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ କିସ୍ତିର ସମସ୍ତ ଅର୍ଥ ମିଳିପାରିଛି । ଆସନ୍ତା ନଭେମ୍ବର ୧୫ ତାରିଖ ମଧ୍ୟରେ ଦ୍ବିତୀୟ କିସ୍ତିର ସମସ୍ତ ଅର୍ଥ ପ୍ରଦାନ କରିଥିବା ବ୍ଲକ ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି ।

ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ହିତାଧିକାରୀମାନେ ଯେଭଳି ଧାର୍ଯ୍ୟ ସମୟରେ ସେମାନଙ୍କ ଅର୍ଥ ପାଇବେ ରାଜ୍ୟ ସରକାର ତାହା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ବ୍ଲକ ଗୁଡିକ ଲାଗି ପୁରସ୍କାର ବ୍ୟବସ୍ଥା ହୋଇଛି । ପୁରସ୍କାର ପ୍ରଦାନ ପାଇଁ ଥିବା  ସର୍ତ୍ତ ଅନୁଯାୟୀ ୧୦୦ ରୁ ୨୦୦୦ ପର୍ଯ୍ୟନ୍ତ ହିତାଧିକାରୀଙ୍କ ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡିକ ନଭେମ୍ବର ୧୫ ତାରିଖ ସୁଦ୍ଧା ଦ୍ବିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ଦେବେ ତେବେ ସେମାନେ ପୁରସ୍କାର ଆକାରରେ ୫୦ହଜାର ଟଙ୍କା ପାଇବେ । ସେହିଭଳି ୨୦୦୧ ରୁ ୪୦୦୦ ଓ ୪୦୦୦ ରୁ ଅଧିକ ହିତାଧିକାରୀଙ୍କ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡିକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ମିଳିବ । ପୁରସ୍କାର ରାଶି ଆକାରରେ ବ୍ଲକ ଗୁଡିକ ପାଉଥିବା ଅର୍ଥର ୫୦ ପ୍ରତିଶତ ସେମାନେ କଣ୍ଟିଜେନ୍ସି ଆକାରରେ ନିଜ ଦପ୍ତରରେ ବ୍ୟୟ କରିବେ । ଅବଶିଷ୍ଟ ଅଧା ଅର୍ଥକୁ କର୍ମଚାରୀମାନଙ୍କ ମଧ୍ୟରେ ପୁରସ୍କାର ଆକାରରେ ବଣ୍ଟନ ହେବ । ଏଭଳି ବ୍ୟବସ୍ଥା ଫଳରେ ଅଧିକାଂଶ ବ୍ଲକରେ ଅର୍ଥ ପ୍ରଦାନ ବ୍ୟବସ୍ଥା ଶତ ପ୍ରତିଶତକୁ ଛୁଇଁ ପାରିଛି । ଏପରିକି ଯେଉଁସବୁ ସ୍ଥାନରେ ହିତାଧିକାରୀମାନେ ସମସ୍ୟାରେ ପଡି ଅର୍ଥ ପାଇବାରେ ବିଳମ୍ବ ସମ୍ଭାବନା ଥିଲା ସେଠାରେ ବ୍ଲକ କର୍ମଚାରୀମାନେ ନିଜ ଆଡୁ ପଦକ୍ଷେପ ଗ୍ରହଣ କରି ସମସ୍ୟା ସମାଧାନ ସହିତ କିସ୍ତି ଅର୍ଥ ପ୍ରଦାନ କରୁଛନ୍ତି । ପୁରସ୍କାର ଘୋଷଣା ଦ୍ୱାରା ଏଭଳି ସଫଳତା ମିଳିପାରୁଥିବା ସେ କହିଛନ୍ତି ।

ଗତ ମାସ ୨୬ ତାରିଖ ସୁଦ୍ଧା ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରି ୬୦ଟି ବ୍ଲକ ପୁରସ୍କାର ରାଶି ହାତେଇଥିବାବେଳେ ନଭେମ୍ବର ୧୫ ତାରିଖ ସୁଦ୍ଧା ଦ୍ବିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡିକୁ ମଧ୍ୟ ସରକାର ପୁରସ୍କୃତ କରିବେ । ଏଥର  ଅଧିକରୁ ଅଧିକ ସଂଖ୍ୟାରେ ବ୍ଲକ ପୁରସ୍କାର ତାଲିକାରେ ସାମିଲ ହେବେ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ବିଭାଗର ଏଭଳି ଅଭିନବ ପଦକ୍ଷେପ ଯୋଗୁଁ କେବଳ କର୍ମଚାରୀମାନେ ଉତ୍ସାହିତ ହୋଇନାହାଁନ୍ତି ବରଂ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗୃହ ନିର୍ମାଣ ଓ ଏମ୍‍ଜିନରେଗା ଯୋଜନା ମଧ୍ୟ ଗତିଶୀଳ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

8 − 1 =