ଚାଷକାର୍ଯ୍ୟ ନିମନ୍ତେ ଋଣ ଆବଶ୍ୟକ

ଭୁବନେଶ୍ୱର()  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ମାନେ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବା ନିମନ୍ତେ ଆଗଭର ହୁଅନ୍ତୁ । ଓଡ଼ିଶାର ୮୦ ପ୍ରତିଶତରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷକାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି । ସଂପ୍ରତି ଚାଷକାର୍ଯ୍ୟରେ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଅନୁସରଣ କରାଯାଉଥିବା ବେଳେ ଏଥିନିମନ୍ତେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବ୍ୟାଙ୍କ୍‌ମାନେ ସହଜରେ ଓ ସୁବିଧାରେ ଚାଷୀମାନଙ୍କୁ ଅଧିକରୁ ଅଧିକ ଋଣ ଯୋଗାଇ ଦେଇ ଓଡ଼ିଶାର ପ୍ରଗତିରେ ଭାଗିଦାର ହେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ  ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷି ଓଡ଼ିଶା-୨୦୨୦ ଅବସରରେ ପୂର୍ବାହ୍ନରେ ଜନତା ମଇଦାନରେ ଆୟୋଜିତ ବ୍ୟାଙ୍କର୍ସମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ମନ୍ତ୍ରୀ   କହିଲେ ସଂପ୍ରତି ଉଚ୍ଚଶିକ୍ଷିତ ଯୁବକଯୁବତୀମାନେ କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି । ଏପରି କ୍ଷେତ୍ରରେ ସେମାନଙ୍କୁ ସହଜରେ ଓ ସୁବିଧାରେ ଋଣ ଯୋଗାଇ ଦେବା ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଉଚିତ୍‌ । ମୋଟ ଘରୋଇ ଉତ୍ପାଦନର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ରରୁ ଆସୁଥିବା ବେଳେ ଏ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ହୋଇ ପାରିଲେ କୃଷି ଅଧିକ ଉନ୍ନତ ଓ ଲାଭଜନକ ହୋଇପାରିବ ବୋଲି ମନ୍ତ୍ରୀ   କହିଥିଲେ ।

ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁଦାୟ ଋଣର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ରରେ ଦିଆଯିବା କଥା । ମାତ୍ର ବ୍ୟାଙ୍କ୍‌ମାନଙ୍କ ଦ୍ୱାରା ଅନୁରୂପ ପରିମାଣର ଋଣ ଯୋଗାଇ ଦିଆଯାଉ ନାହିଁ । ତାମିଲନାଡ଼ୁ , ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ବ୍ୟବସାୟିକ ବ୍ୟାଙ୍କ୍‌ମାନଙ୍କ କୃଷି ଋଣର ହାର ବହୁତ କମ୍‌ ବୋଲି ମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ କୃଷି ଅଧିକାରୀମାନେ ନିୟମିତ ବ୍ୟାଙ୍କ୍‌ଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷିଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ   କହିଥିଲେ ।

Share

Leave a Reply

Your email address will not be published. Required fields are marked *

12 − 3 =