ବିଧାନସଭାର ବଜେଟ୍ ଅଧିବେଶନ :ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ବିଧାନସଭାର ବଜେଟ୍ ଅଧିବେଶନ ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ୍ ତଳେ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ତେଣୁ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଛନ୍ତି ।

ସେପଟେ, ଅପରାହ୍ଣରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ ଭରସା କରିବାକୁ ପଡିପାରେ । ଗତବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା । ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଆସିବ ବୋଲି ଆକଳନ କରାଯାଇଛି ।

ଟିକସ ଭାଗ ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ଚଳିତ ବର୍ଷ ୧୦ ହଜାର କୋଟି ଟଙ୍କା ଅଧିକ ପାଇବ । କିନ୍ତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ ବୋଲି ଆଳକନ କରାଯାଇଛି । ବଜେଟରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

13 − six =