ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକାରୀତାର ଯାଞ୍ଚ କଲେ ଗଂଜାମ ଜିଲ୍ଲାପାଳ

ବ୍ରହ୍ମପୁର () ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସିଟି ହସ୍ପିଟାଲକୁ ଅଚାନକ ଗସ୍ତରେ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ସ୍ବାସ୍ଥ୍ୟ ସେବା ସଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ ।

ସେ ହସ୍ପିଟାଲରେ ଭିତ୍ତିଭୂମୀ ଓ ରୋଗୀଙ୍କ ପାଇଁ ଉପଯୁକ୍ତ ସେବା ଉପଲବ୍ଧ ହେଉଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ । ଏପରିକି ନିରାୟମ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାର ମଧ୍ୟ ଯାଞ୍ଚ କରିଥିଲେ । ହସ୍ପିଟାଲରେ କର୍ମଚାରୀଙ୍କ ଉପସ୍ଥାନ ମଧ୍ୟ ସେ ଯାଞ୍ଚ କରିଥିଲେ ।

ପରିଦର୍ଶନ ସମୟରେ ସେ ଡାକ୍ତରଖାନା ପରିସରରେ ଦୁଇଟି ଘରୋଇ ମେଡିସିନ ଷ୍ଟୋର ଥିବା ଦେଖିଥିଲେ । ସେଠାରେ ପଲିଥନ ବ୍ୟାଗର ବ୍ୟବହାର ହେଉଥିବାରୁ ତାଙ୍କ ଉପରେ ପେନାଲଟି ଲାଗୁ କରିଥିଲେ । ବରିଷ୍ଠ ଅଧିକାରୀମାନେ ଏହିଦୁଇଟି ଷ୍ଟୋରର କାଗଜପତ୍ର ଯାଞ୍ଚ କରିଥିଲେ ଏବଂ କହିଥିଲେ ଯେ, ଏହିଦୁଇଟି ଷ୍ଟୋରକୁ ବନ୍ଦ କରିବା ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ହସ୍ପିଟାଲର ଭିତ୍ତିଭୂମୀ ବିକାଶ ଏବଂ ସର୍ବୋପରି ଡାକ୍ତର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏଭିତରେ ଜିଲ୍ଲା ଅଧିକାରୀମାନେ ବିଭିନ୍ନ ବ୍ସକ ସ୍ତରୀୟ ଡାକ୍ତରଖାନାକୁ ଅଚାନକ ଗସ୍ତ କରି ସେଠାରେ ସ୍ବାସ୍ଥ୍ୟସେବାର ଯାଞ୍ଚ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + four =