ରେଳମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଆରପିଏଫ ସୁରକ୍ଷାକର୍ମୀ ସୁମନ ଦେବୀ

କଳାହାଣ୍ଡି: ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯିବା ପୂର୍ବରୁ ରେଳବାଇ ସୁରକ୍ଷା ବଳରେ କାର୍ୟ୍ୟରତ କନଷ୍ଟେବଳ ସୁମନ ଦେବୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ରକ୍ଷା ବନ୍ଧନ ପର୍ବ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଓଡିଶା କୃଷି ଓ କୃଷକର ମାଟି। ଏଠାରେ ଗୋ-ପୂଜନର ପରମ୍ପରା ମଧ୍ୟ ରହିଛି। ଓଡ଼ିଶାରେ ବଡ଼ ଠାକୁର ବଳଭଦ୍ର ଜନ୍ମ ଉତ୍ସବ ମହତ୍ତ୍ୱପୂର୍ଣ୍ଣ। ମୁଁ ବଳଭଦ୍ର ଜନ୍ମ ଉତ୍ସବ ଓ ରକ୍ଷାବନ୍ଧନ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଉଛି। ସୁମନ ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଦୂରରେ ଥିବାରୁ ଭାଇକୁ ରାକ୍ଷୀ ବାନ୍ଧି ପାରିନଥିଲି ତେଣୁ ମନରେ କଷ୍ଟ ଥିଲା ତେବେ ଆଉ ଜଣେ ଭାଇଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି।’

Share

Leave a Reply

Your email address will not be published. Required fields are marked *

nine − 5 =