କୃଷି ବିଭାଗରେ 7ଟି ଏମଓୟୁ : ଉଦ୍ଦେଶ୍ୟ ଖାଦ୍ୟଶସ୍ୟ ଉତ୍ପାଦନରେ ବଡ଼ ସଫଳତା

ଭୁବନେଶ୍ୱର () ଉନ୍ନତ ମାନର ବିହନ ସୃଷ୍ଟି ସହ କୃଷକମାନଙ୍କୁ ଅଧିକ ପରିମାଣରେ ବିହନ ଯୋଗାଇ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ବିଭିନ୍ନ ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟରେ ଅଧିକ ପରିମାଣର ଅଣଧାନ ଚାଷ ସହିତ ଡାଲି, ତୈଳବୀଜ, ପନିପରିବା ଓ ଫଳଚାଷ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଉଛି ।

ଏଥିସହିତ ରାଜ୍ୟର ବିଭିନ୍ନ ନିଗମ ସହିତ ବାର୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ସ୍ୱଚ୍ଛତା ଅବଲମ୍ବନ ସହିତ ନିଗମଗୁଡ଼ିକର କାର୍ଯ୍ୟଧାରା ଏବଂ ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଜନସାଧାରଣ ସହଜରେ ଅବଗତ ହୋଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଥିଲେ । ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଭୂମିହୀନ ଚାଷୀମାନଙ୍କର ଜୀବିକାର୍ଜନରେ ଉନ୍ନତି ଆଣିବା ଓ ଆର୍ଥିକ ସଂସ୍ଥାଗୁଡ଼ିକରୁ କୃଷି ଋଣ ପାଇବା ନିମନ୍ତେ ଯୋଗ୍ୟତା ବୃଦ୍ଧି କରିବା ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ‘ଦ୍ୱାରା ଟ୍ରଷ୍ଟ’ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମ ଦଫାରେ ୫ଟି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ବିହନ ଉତ୍ପାଦନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ବିଭାଗ ହିନ୍ଦୁସ୍ଥାନ ଇନ୍‌ସେକଫିସାଇଡ୍‌ ଲିଃ (ଏଚ୍‌ଆଇଏଲ୍‌) ଏବଂ ନାଫେଡ୍‌ ସହ ଏକ ଦୀର୍ଘ ମିଆଦି ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ରାଜ୍ୟରେ ବିହନ ଉତ୍ପାଦନ ଓ ଚାହିଦା ମଧ୍ୟରେ ତାରତମ୍ୟ ଦୂର କରିବାରେ ସହାୟକ ହେବ । ଏହି ଚୁକ୍ତି ଆଗାମୀ ୩ ବର୍ଷ ଯଥା ୨୦୧୯-୨୦ ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ
ଚଳିତ ବର୍ଷ ରାଜ୍ୟର ୪୦ଟି ବ୍ଲକ୍‌ରେ ତୃଣମୂଳ ସ୍ତରରେ ୧ ହଜାର ଜଣ ଯୁବକଯୁବତୀଙ୍କୁ କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ୫ କୋଟି ଟଙ୍କା ବ୍ୟୟରେ ଆପିକଲ ମାଧ୍ୟମରେ ସଶକ୍ତିକରଣ କରାଯିବ । ଏଥି ସହିତ ଆଗାମୀ ୩ ବର୍ଷରେ ୨ ଲକ୍ଷ ଚାଷୀଙ୍କର ରୋଜଗାର ବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିଃ ସହିତ ବୁଝାମଣା ପତ୍ର ଅନୁସାରେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ କାଜୁ ବଗିଚା ନିଲାମ ଓ ଉନ୍ନତମାନର କାଜୁ କଲମୀ ଚାରା ଉତ୍ପାଦନ ଓ ବିକ୍ରିର ମୋଟ ଆୟ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ୨୪ କୋଟିରୁ ୨୮ କୋଟିକୁ ବୃଦ୍ଧି କରାଯାଇଛି ।

ସେହିପରି ଓଡ଼ିଶା କୃଷି ଶିଳ୍ପ ନିଗମ ସହିତ ବୁଝାମଣା ପତ୍ର ଅନୁଯାୟୀ ଏହାକୁ ସ୍ୱାବଲମ୍ବୀ କରିବା ସହିତ ଚଳିତ ବର୍ଷ ପାଇଁ ୪୬୭.୧୧ କୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ନିଗମ ୨୨୬୨ଟି ଟ୍ରାକଫର, ୫୩୦୦୪ ମେଟି୍ରକ୍‌ ଟନ୍‌ ରାସାୟନିକ ସାର ଓ ୧୧୪୯୨ ହେକଫର ଜମିକୁ ଜଳଯୋଗାଣ ପାଇଁ ପ୍ରକଳ୍ପମାନ ସ୍ଥାପନ କରିବାକୁ ଯୋଜନା କରାଯାଇଛି ।

ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ହିନ୍ଦୁସ୍ଥାନ ଇନ୍‌ସେକଫିସାଇଡ୍‌, ନାଫେଡ୍‌, ‘ଦ୍ୱାରା ଟ୍ରଷ୍ଟ’ ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

10 + 2 =