ନିର୍ଭୟା ଦୋଷୀ କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାଖଲ କରି ଘଟଣା ସମୟରେ ନାବାଳକ ଥିବାର ଦଲିଲ୍ ଦେଇଥିଲା ପବନ । ଯାହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ପୁଣିଥରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ । ଏଥିରେ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଥିଲା ଦୋଷୀ ପବନ ଗୁପ୍ତା ।

Share

Leave a Reply

Your email address will not be published. Required fields are marked *

2 + sixteen =