ରାଜ୍ୟସଭାର ସାଂସଦ ଭାବେ ଶପଥ ନେଲେ ଗୋଗୋଇ

ନୂଆଦିଲ୍ଲୀ() ରାଜ୍ୟସଭାର ସାଂସଦ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ । ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ। ପ୍ରଥମଥର ପାଇଁ ଦେଶର କୌଣସି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି।

ସେପଟେ ଗୋଗୋଇ ରାଜ୍ୟସଭାର ସାଂସଦ ଭାବେ ଶପଥ ନେଉଥିବା ବେଳେ ଏହାକୁ ବିରୋଧ କରି ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।କଂଗ୍ରେସ ଓ ବିଏସପିର ସାଂସଦମାନେ ପ୍ରଥମେ ଗୃହ ମଧ୍ୟରେ ଜଷ୍ଟିସ୍ ଗୋଗୋଇଙ୍କ ଶପଥ ପାଠକୁ ବିରୋଧ କରିଥିଲେ। ଏହାପରେ ସିପିଆଇ, ଡିଏମକେ ଓ ଏମଡିଏମକେ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। ଏହି ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।
ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ।

Share

Leave a Reply

Your email address will not be published. Required fields are marked *

13 + fifteen =