କରୋନା ପାଇଁ କାଲିଠୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ() ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ତେଣୁ ସାଧାରଣ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । କିନ୍ତୁ ପୂର୍ବପରି ଜାରି ରହିବ ଶ୍ରୀଜିଉଙ୍କ ନୀତିକାନ୍ତି । କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲିଠୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନକୁ ବନ୍ଦ ରଖାଯିବ । ସେବାୟତଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 4 =