ଦିଲ୍ଲୀ ବିମାନ ବନ୍ଦରକୁ ଉଡ଼ାଇବାକୁ ଆସିଲା ମେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରକୁ ବିସ୍ଫୋରଣରେ ଉଡ଼ାଇବାକୁ ଧମକ । ଦିଲ୍ଲୀ ପୋଲିସକୁ ଅଲକାଏଦାର ଇ-ମେଲ୍ ଯୋଗେ ଧମକ । ୩ଦିନ ଭିତରେ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ ଦିଆଯାଇଛି । ମେଲ ପଠାଇଥିବା ସନ୍ଦିଗ୍ଧ ନିଜକୁ ଅଲକାଏଦା ସଦସ୍ୟ କହୁଛି । ମେଲ ମିଳିବା ପରେ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରର ସବୁ ଟର୍ମିନାଲରେ କଡ଼ା ଚେକିଂ କରାଯାଉଛି ।ତେବେ କିଏ ଏବଂ କାହିଁକି ଏଭଳି ମେଲ କରିଛି ତାହା ଜଣା ପଡିନାହିଁ ।

ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଏୟାରପୋର୍ଟ ମେଲକୁ ଏକ ମେଲ ଆସିଥିଲା ।ଏହି ମେଲ [email protected]ରୁ ଆସିଥିଲା । ଏହି ମେଲରେ କରନବୀର ସୁରୀ ଓରଫ୍ ମହମ୍ମଦ ଜଲାଲ ଓ ତାଙ୍କ ପତ୍ନୀ ଶୈଲୀ ସାରଦାଙ୍କ ନାଁ ଉଲ୍ଲେଖ ଅଛି । ସେମାନେ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ଏହି ଦୁଇଜଣ ଏୟାରପୋର୍ଟରେ ତିନି ଦିନ ଭିତରେ ବୋମା ରଖିବାର ଷଡଯନ୍ତ୍ର କରିବେ ବୋଲି ଏହି ମେଲରେ ଲେଖା ଅଛି । ଏପରି ଧମକ ଭରା ମେଲ ମିଳିବା ପରେ ସମସ୍ତ ଟର୍ମିନାଲ;ରେ ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ଏଜେନ୍ସି ଗୁଡିକୁ ଆଲର୍ଟ ରଖାଯାଇଛି । ଏଡାସହ ଟର୍ମିନାଲ ମାନ୍ଙକରେ ଆଂଟି ସାବୋଟେଜ୍ ଚେକିଙ୍ଗ ବି ଜୋରଦାର ହେଉଛି ।

Share

Leave a Reply

Your email address will not be published. Required fields are marked *

6 + 9 =