ନକଲି ନୋଟ୍ କାରବାର କରୁଥିଲେ ଧରାପଡ଼ିଲେ

ସମ୍ବଲପୁର: ସମ୍ବଲପୁରରେ ହାଇଯାଉ ହେଲାଣି ନକଲି ନୋଟ୍ । ଗତ କିଛି ମାସ ହେବ ସମ୍ବଲପୁର ସହରରେ ନକଲି ନୋଟ୍ ପୁଲିସ୍ର ନିଦ ହଜେଇ ଦେଇଥିଲା । ୭ ଦିନ ତଳେ ଟାଉନ୍ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍ ମିଳିବା ଘଟଣାରେ ପୁଲିସ୍ ଖୋଳତାଡ଼ କରୁ କରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍କୁ ଏହି କାରବାରର ବଡ଼ ମୁଣ୍ଡ ମିଳିଯାଇଛନ୍ତି । ଏହି ଘଟଣାରେ ପୁଲିସ୍ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍ ଜବତ କରିଛି । ଏହି ନୋଟ୍ଗୁଡ଼ିକ ମଧ୍ୟରେ ୫ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍ ରହିଛି । ତେବେ ଜବତ ନକଲି ନୋଟ୍ର ପରିମାଣ ପ୍ରାୟ ୧୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ମାମଲା ଏବେ ତଦନ୍ତାଧୀନ ଥିବାରୁ ପୁଲିସ୍ ମଧ୍ୟ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହିଁ ।

Share

Leave a Reply

Your email address will not be published. Required fields are marked *

3 × five =