୩ଦିନିନିଆ ଓଡ଼ିଶା ଗସ୍ତରେ ଗୋଆ ବାଚସ୍ପତି

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୋଆ ବାଚସ୍ପତି ରାଜେଶ ପାଟନେକର । ସେ ଓଡ଼ିଶା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିରେ ଉଭୟେ ଇ-ବିଧାନସଭା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସେହିପରି ଅନ୍ୟ ପ୍ରସଙ୍ଗ ଭିତରେ ବିଭିନ୍ନ କମିଟି ରିପୋର୍ଟ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ରାଜ୍ୟ ଭିତରେ ପାରସ୍ପରିକ ସଂପର୍କ କିଭଳି ଦୃଢ଼ ହେବ ତା’ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା । ଶନିବାର ଓଡ଼ିଶା ବିଧାନସଭା ବାଚସ୍ପତି ଡ. ପାତ୍ର ଗୋଆ ବିଧାନସଭା ବାଚସ୍ପତି ଶ୍ରୀ ପାଟନେକରଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।

ଗୋଆ ବିଧାନସଭା ବାଚସ୍ପତି ମଧ୍ୟ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କୁ ଉତ୍ତରୀୟ ପ୍ରଦାନ ସହ ଶ୍ରୀଗଣେଶଙ୍କ ଫଟୋ ଚିତ୍ର ପ୍ରଦାନ କରିଥିଲେ । ଉଭୟ ବାଚସ୍ପତିଙ୍କ ମଧ୍ୟରେ ଓଡ଼ିଶା ଓ ଗୋଆ ପ୍ରଦେଶର ଇତିହାସ, କଳା, ସଂସ୍କୃତି, ପର୍ଯ୍ୟଟନ ସ୍ଥଳ, ବିଧାନସଭାର କାର୍ଯ୍ୟଶୈଳୀ ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା । ଉଭୟ ବିଧାନସଭାର ବିଭିନ୍ନ କମିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଗୋଆ ବାଚସ୍ପତି ପାଟନେକର ବାଚସ୍ପତି ଡ. ପାତ୍ରଙ୍କୁ ଗୋଆ ଗସ୍ତରେ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ବାଚସ୍ପତି ଡ. ପାତ୍ର ତାହାକୁ ଗ୍ରହଣ କରିଛନ୍ତି । ଅଗଷ୍ଟ ୮ ରବିବାର ସେ ସପରିବାର ପୁରୀ, କୋଣାର୍କ, ଚିଲିକା ଏବଂ ଅନ୍ୟ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରି ସୋମବାର ଗୋଆ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତ ଆଲୋଚନା ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

17 − ten =