କରୋନା ଭାଇରସ୍ କେବେ ଶେଷ ହେବନି

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବା ଟୀକା ପ୍ରସ୍ତୁତ ହୋଇପାରିଲା ନାହିଁ । ଅନ୍ୟପଟେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ବହୁଦେଶ ଲକ୍-ଡାଉନ୍ ହଟାଇବାକୁ ଯୋଜନା କରୁଛନ୍ତି । ଏପରି ସମୟରେ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇ କହିଛନ୍ତି ଯେ, କୋଭିଡି-୧୯ ବା କରୋନା ଭାଇରସ୍ ଆମ ପାଖରେ ବହୁ ସମୟ ଧରି ରହିବ । ଏପରି ବି ହୋଇପାରେ କି ଭାଇରସ୍ କେବେ ଶେଷ ହେବନି । ବିନା ଟୀକାରେ ଇମ୍ୟୁନିଟି ବଢାଇବା ପାଇଁ ଲୋକଙ୍କୁ ଅଧିକ ସମୟ ଲାଗିବ । ଡାକ୍ତର ମାଇକେଲ କହିଛନ୍ତି ଯେ, ହୁଏତ କରୋନା ଭାଇରସ୍ ଆମ ଭିତରେ ଏକ ସ୍ଥାନୀୟ ଭାଇରସ୍ ହୋଇ ରହିଯିବ । ଯେପରି ଏଚଆଇଭି ଓ ଅନ୍ୟ ରୋଗ କେବେ ଶେଷ ହେବନି କିନ୍ତୁ ସେମାନଙ୍କ କିଛିଟା ଚିକିତ୍ସା ଉପଲବ୍ଧ ହେବ । ଏହି ଭାଇରସ୍ ଲୋକଙ୍କୁ ଏଭଳି ଦୁର୍ବଳ କରିବ ଯେ, ବ୍ୟକ୍ତି ପୁଣି ଥରେ ଏହାର କବଜାକୁ ଚାଲିଯିବ ।

Share

Leave a Reply

Your email address will not be published. Required fields are marked *

7 + 6 =